ପ୍ରଥମ ଶାମୁୟେଲ 31 : 1 (ORV)
ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ ।
ପ୍ରଥମ ଶାମୁୟେଲ 31 : 2 (ORV)
ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ ।
ପ୍ରଥମ ଶାମୁୟେଲ 31 : 3 (ORV)
ଏହିରୂପେ ଶାଉଲଙ୍କ ସଙ୍ଗରେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ ।
ପ୍ରଥମ ଶାମୁୟେଲ 31 : 4 (ORV)
ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼୍‍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ । ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ । ଏହେତୁ ଶାଉଲ ଖଡ଼୍‍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ ।
ପ୍ରଥମ ଶାମୁୟେଲ 31 : 5 (ORV)
ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ଼୍‍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା ।
ପ୍ରଥମ ଶାମୁୟେଲ 31 : 6 (ORV)
ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହି ଦିନ ଏକ ସଙ୍ଗରେ ମଲେ ।
ପ୍ରଥମ ଶାମୁୟେଲ 31 : 7 (ORV)
ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିର ଅନ୍ୟପାର୍ଶ୍ଵସ୍ଥ ଓ ଯର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ ।
ପ୍ରଥମ ଶାମୁୟେଲ 31 : 8 (ORV)
ଅନନ୍ତର ପର ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲବୋୟ ପର୍ବତରେ ପଡ଼ିଥିବାର ଦେଖିଲେ ।
ପ୍ରଥମ ଶାମୁୟେଲ 31 : 9 (ORV)
ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜ୍ଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ଵାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ ।
ପ୍ରଥମ ଶାମୁୟେଲ 31 : 10 (ORV)
ପୁଣି ସେମାନେ ତାଙ୍କର ସଜ୍ଜା ଅଷ୍ଟାରୋତ୍ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବୈଥ୍ଶାନ ପ୍ରାଚୀରରେ ଟାଙ୍ଗି ଦେଲେ ।
ପ୍ରଥମ ଶାମୁୟେଲ 31 : 11 (ORV)
ଏଉତ୍ତାରେ ଯାବେଶ୍-ଗିଲୀୟଦ ନିବାସୀମାନେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ଵାଦ ପାଆନ୍ତେ,
ପ୍ରଥମ ଶାମୁୟେଲ 31 : 12 (ORV)
ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିଯାକ ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବୈଥ୍ଶାନ ପ୍ରାଚୀରରୁ ଯାବେଶ୍କୁ ନେଇ ସେଠାରେ ସେସବୁ ଦଗ୍ଧ କଲେ ।
ପ୍ରଥମ ଶାମୁୟେଲ 31 : 13 (ORV)
ପୁଣି ସେମାନେ ସେମାନଙ୍କର ଅସ୍ଥି ନେଇ ଯାବେଶସ୍ଥ ଝାଉଁବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: